#संगठन
#एकता_की_मिसाल
#विचारों_की_क्रांति
#हक_की_लडाई
.
#ଆଜି_ବିଜୟ_ଦିବସ
#ବୀର_ଯବାନଙ୍କ_ବଳିଦାନରେ_ଐତିହାସିକ_ବିଜୟ_ରଚିଥିଲା_ଭାରତ
ଆଜି ଆମ ସମଗ୍ର ଭାରତ ପାଳୁଛି ବିଜୟ ଦିବସ। ଭାରତ-ପାକିସ୍ତାନ ଯୁଦ୍ଧକୁ ଆଜି ପୂରିଲା ୫୦ବର୍ଷ। ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା। ଏହି ଯୁଦ୍ଧରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ସମ୍ମୁଖରେ ପରାଜୟ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ। ଯୁଦ୍ଧର ଫଳ ସ୍ୱରୂପ ପାକିସ୍ତାନ ସ୍ୱାଧୀନ ହୋଇ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ମାର୍ଚ୍ଚ ୨୫ଠାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ପୂର୍ବ ପାକିସ୍ତାନରେ ମୁକ୍ତି ସଂଗ୍ରାମୀଙ୍କ ଉପରେ ପାକିସ୍ତାନ ସେନା ନାନାପ୍ରକାର ଅକଥନୀୟ ଅତ୍ୟାଚାର କରୁଥିଲା। ଅନେକ ମହିଳାଙ୍କୁ ଦୁଷ୍କର୍ମ ମଧ୍ୟ କରୁଥିଲେ ପାକିସ୍ତାନ ସେନା। ଅତ୍ୟାଚାରରୁ ବଞ୍ଚିବା ପାଇଁ ବହୁ ଲୋକ ଭାରତର ଶରଣ ନେଇଥିଲେ। ଫଳରେ ଭାରତରେ ଶରଣାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଲା। ଶେଷରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁକ୍ତି ବାହିନୀ ସେନାକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାରତ ପକ୍ଷରୁ ପଞ୍ଚଶୀଳ ନୀତି ଅନ୍ତର୍ଗତ ମୁକ୍ତି ସଂଗ୍ରାମୀଙ୍କୁ ସହଯୋଗ ଯୋଗାଇଦିଆଯାଇଥିଲା। ଏଥିରେ କ୍ରୋଧାନ୍ଵିତ ହୋଇ ପାକିସ୍ତାନ ‘ଅପରେସନ ଚଙ୍ଗେଜ ଖାନ୍’ ନାମରେ ଏକ ଅଭିଯାନ ଆରମ୍ଭ କରି ଭାରତର ୧୧ଟି ଏୟାରବେସ୍ ଉପରକୁ ଆକ୍ରମଣ କରିଥିଲା। ୩ ଡିସେମ୍ବରରେ ଭାରତ ଏହି ଯୁଦ୍ଧରେ ସାମିଲ ହୋଇଥିଲା। ୧୩ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା। ଡିସେମ୍ବର ୧୬ରେ ବାଙ୍ଗଲାଦେଶ ସ୍ୱାଧୀନ ହୋଇଥିଲା। ଏହି ଦିନକୁ ମନେପକାଇ ପ୍ରତିବର୍ଷ ଭାରତ ବିଜୟ ଦିବସ ପାଳନ କରେ।
ରାଷ୍ଟ୍ରୀୟ ଏକତା ଏବଂ ଅଖଣ୍ଡ ଭାରତର ସୂତ୍ରଧାର "ଲୌହ ପୁରୁଷ" ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ🙏
ଢେଙ୍କାନାଳ ଜିଲ୍ଲାରେ ରିଅଲ ଫାଇଟର - 2020 ସମ୍ବର୍ଦ୍ଧନା ସହିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ....
ଉତ୍କଳ ଛାତ୍ର ସଂଘ,ଓଡ଼ିଶା ତରଫ ରୁ REAL FIGHTER-2020 ସମ୍ମାନ ସମାରୋହ ଢେଙ୍କାନାଳ ଭୁବନ ବଜିରାଉତ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି ।
ସଂଘ ସଭାପତି କ୍ଷମା ସାରଥୀ ଦାସ,ମହାସଚିବ ସତ୍ୟ ପ୍ରସାଦ ମିଶ୍ର, କାର୍ଯକାରୀ ସଭାପତି ଏସ.କେ ରୋହନ, ଭୁବନ ବ୍ଲକ ଚେୟାରମେନ ଧର୍ମାନନ୍ଦ ବରାଳ,ଭୁବନ ସାମ୍ବାଦିକ ସଂଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ,ଓଡ଼ିଶା ହାଇ କୋର୍ଟ ର ଓକିଲ ସମାଜ ସେବୀ କ୍ଷୀରୋଦ କୁମାର ମିଶ୍ର ଏବଂ ଅନେକ ମାନ୍ୟ ଗନ୍ୟ ବ୍ୟକ୍ତି ଙ୍କ ଗରିମା ମୟ ଉପସ୍ଥିତି ରେ ଅଞ୍ଚଳ ର ସେବା ରେ କାର୍ଯ୍ୟରତ ସାମ୍ବାଦିକ ଏବଂ ପୋଲିସ ବନ୍ଧୁ ମାନଙ୍କୁ
ଏହି ସମ୍ମାନ ରେ ସମ୍ମାନିତ କରାଯିବା ସହିତ ତୃପ୍ତି ପାଠାଗାର ସହଯୋଗରେ କମ୍ବଳ ବିତରଣ କାର୍ଯକ୍ରମ ମଧ୍ୟ ହୋଇଯାଇଛି ।
ଢେଙ୍କାନାଳ ଜିଲ୍ଲା ଉତ୍କଳ ଛାତ୍ର ସଂଘ ର ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କର ସହଯୋଗ ରେ କାର୍ଯ୍ୟ ଟି ସୁଚାର ରୂପେ ସମାପନ ହୋଇଯାଇଛି ।
ମନୋଜ କୁମାର ସାହୁ, ରାଜ କିଶୋର ସାହୁ,ଚିନ୍ମୟ ପୃଷ୍ଟି
ଙ୍କୁ ବିଶେଷ ଧନ୍ୟବାଦ୍ କାର୍ଯ୍ୟ କୁ ସୁଚରୁପେ କରିଥିବାରୁ ।
🙏🙏🙏💐💐
ବିଶ୍ୱ ମହାମାରୀ କରୋନା ସମୟରେ ଅସହାୟର ଅଭୁତପୂର୍ବ ସାହାସିକତାର ପରିଚୟ ପ୍ରଦାନ କରି ସମଗ୍ର ଭୁବନ ଅଞ୍ଚଳ ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ଯୋଗୁଁ ଭୁବନ ଥାନା IIC ଶ୍ରୀଯୁକ୍ତ ଜିତେନ୍ଦ୍ର ସାହୁ ସାର ଙ୍କୁ ବାସ୍ତବ ଯୋଦ୍ଧାର ପରିଚୟ ଦେଇଛି। ତାଙ୍କର ଏହି କାର୍ଯ୍ୟକୁ ସମ୍ମାନ ଜଣାଇ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ, ଓଡ଼ିଶା ତରଫରୁ ସଂଗଠନ ମହାସଚିବ ସତ୍ୟ ପ୍ରସାଦ ରାଣା ଏବଂ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ରିଅଲ ଫାଇଟର-2020 ରେ ସମ୍ମାନିତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି।
ବିଶ୍ୱ ମହାମାରୀ କରୋନା ସମୟରେ ଅସହାୟର ବନ୍ଧୁ ଭାବରେ ନିଜକୁ ପ୍ରତିପାଦିତ କରାଇ ଅଭୁତପୂର୍ବ ସାହାସିକତାର ପରିଚୟ ପ୍ରଦାନ କରି ସମାଜ ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ସେମାନଙ୍କୁ ବାସ୍ତବ ଯୋଦ୍ଧାର ପରିଚୟ ଦେଇଛି। ସେହିପରି ନିସ୍ଵାର୍ଥପର ସେବା ଓ ସମାଜ ପ୍ରତି ଥିବା କର୍ତ୍ତବ୍ୟ ରଖିଥିବା ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସମ୍ମାନ ଜଣାଇ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ, ଓଡ଼ିଶା ତରଫରୁ ରିଅଲ ଫାଇଟର-2020 ରେ ସମ୍ମାନିତ କରି ନିଜକୁ ଗୌରବାନ୍ୱିତ ମନେ କରୁଛି।
ଏହି କାର୍ଯ୍ୟକ୍ରମ ରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନର ଅଧକ୍ଷ୍ୟ ସୌମ୍ୟ ରଞ୍ଜନ ସାମଲ, ରାଜ୍ୟ ସଭାପତି କ୍ଷମା ସାରଥୀ ଦାଶ, ଉପଦେଷ୍ଟା ସନ୍ଦୀପ ରଞ୍ଜନ ମଲ୍ଲିକ, ନୃସିଂହ ସ୍ୱାଇଁ ଏବଂ ମୟୁରଭଞ୍ଜ ଜିଲ୍ଲା ସଚିବ ଚିନ୍ମୟ ପଲାଇ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ମାନଙ୍କୁ ରିଅଲ ଫାଇଟର - 2020 ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ....
ଆଜି ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ବାଲେଶ୍ୱର ଜିଲ୍ଲା ତରଫରୁ ସୋର ବ୍ଲକ କୃଷ୍ଣଚନ୍ଦ୍ର ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ସଂଗଠନର ଜିଲ୍ଲା ସଚିବ ମହାପ୍ରସାଦ କର ଏବଂ ଉଦିତ ଦାଶ ଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଆୟୋଜିତ ହୋଇ 25 ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହି ଅବସରରେ ସଂଗଠନର ଅଧକ୍ଷ୍ୟ ସୌମ୍ୟ ରଞ୍ଜନ ସାମଲ, ରାଜ୍ୟ ସଭାପତି କ୍ଷମା ସାରଥୀ ଦାଶ, ଉପଦେଷ୍ଟା ସନ୍ଦୀପ ରଞ୍ଜନ ମଲ୍ଲିକ, ନୃସିଂହ ସ୍ୱାଇଁ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ...