#ଆଜି_ବିଜୟ_ଦିବସ
#ବୀର_ଯବାନଙ୍କ_ବଳିଦାନରେ_ଐତିହାସିକ_ବିଜୟ_ରଚିଥିଲା_ଭାରତ
ଆଜି ଆମ ସମଗ୍ର ଭାରତ ପାଳୁଛି ବିଜୟ ଦିବସ। ଭାରତ-ପାକିସ୍ତାନ ଯୁଦ୍ଧକୁ ଆଜି ପୂରିଲା ୫୦ବର୍ଷ। ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ଭାରତ ପାକିସ୍ତାନକୁ ପରାଜିତ କରିଥିଲା। ଏହି ଯୁଦ୍ଧରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ସମ୍ମୁଖରେ ପରାଜୟ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ। ଯୁଦ୍ଧର ଫଳ ସ୍ୱରୂପ ପାକିସ୍ତାନ ସ୍ୱାଧୀନ ହୋଇ ବାଂଲାଦେଶ ସୃଷ୍ଟି ହୋଇଥିଲା। ୧୯୭୧ ମାର୍ଚ୍ଚ ୨୫ଠାରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ପୂର୍ବ ପାକିସ୍ତାନରେ ମୁକ୍ତି ସଂଗ୍ରାମୀଙ୍କ ଉପରେ ପାକିସ୍ତାନ ସେନା ନାନାପ୍ରକାର ଅକଥନୀୟ ଅତ୍ୟାଚାର କରୁଥିଲା। ଅନେକ ମହିଳାଙ୍କୁ ଦୁଷ୍କର୍ମ ମଧ୍ୟ କରୁଥିଲେ ପାକିସ୍ତାନ ସେନା। ଅତ୍ୟାଚାରରୁ ବଞ୍ଚିବା ପାଇଁ ବହୁ ଲୋକ ଭାରତର ଶରଣ ନେଇଥିଲେ। ଫଳରେ ଭାରତରେ ଶରଣାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଲା। ଶେଷରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁକ୍ତି ବାହିନୀ ସେନାକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାରତ ପକ୍ଷରୁ ପଞ୍ଚଶୀଳ ନୀତି ଅନ୍ତର୍ଗତ ମୁକ୍ତି ସଂଗ୍ରାମୀଙ୍କୁ ସହଯୋଗ ଯୋଗାଇଦିଆଯାଇଥିଲା। ଏଥିରେ କ୍ରୋଧାନ୍ଵିତ ହୋଇ ପାକିସ୍ତାନ ‘ଅପରେସନ ଚଙ୍ଗେଜ ଖାନ୍’ ନାମରେ ଏକ ଅଭିଯାନ ଆରମ୍ଭ କରି ଭାରତର ୧୧ଟି ଏୟାରବେସ୍ ଉପରକୁ ଆକ୍ରମଣ କରିଥିଲା। ୩ ଡିସେମ୍ବରରେ ଭାରତ ଏହି ଯୁଦ୍ଧରେ ସାମିଲ ହୋଇଥିଲା। ୧୩ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥିଲା। ଡିସେମ୍ବର ୧୬ରେ ବାଙ୍ଗଲାଦେଶ ସ୍ୱାଧୀନ ହୋଇଥିଲା। ଏହି ଦିନକୁ ମନେପକାଇ ପ୍ରତିବର୍ଷ ଭାରତ ବିଜୟ ଦିବସ ପାଳନ କରେ।
Post a Comment
Please do not enter any spam link in the comment box.