ଓଡିଶାର ଐତିହ୍ୟ, ସଂସ୍କୁତି ଏବଂ ପରମ୍ପରାର ଅନନ୍ୟ ଗାଥା ଓ କଥା ବହନ କରୁଥିବା ବୋଇତ ବନ୍ଦାଣ ଉତ୍ସବ ଏବଂ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅବସରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ଆପଣ ଓ ଆପଣଙ୍କ ପରିବାର ବର୍ଗଙ୍କୁ ବହୁତ ବହୁତ ଶୁଭ କାମନା।
ଅସହାୟ ର ସାହା ରବି
ଯେଉଁ ସମୟ ରେ ମଣିସ ଧନ, ସମ୍ପତି, ଗର୍ବ, ଅହଙ୍କାର, ଲୋଭ, ମଦ ପଛରେ ଗୋଡାଉଛି ସେ ସମୟ ରେ ଏ ସବୁ ଜିନିଷ କୁ ପଛରେ ପକାଇ ଦେବଦୂତ ପରି ଧାଇଁ ଯାଏ ସବୁବେଳେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ ପାଇଁ...
ଆମ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ତରଫରୁ ତାଙ୍କୁ ଗୋପବନ୍ଧୁ ର ଆଖ୍ୟା ଦେଇଛୁ... ସେ ହେଉଛନ୍ତି ଆମ ସଂଗଠନ ର ଗର୍ବ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ର ଗଞ୍ଜାମ୍ ଜିଲ୍ଲା ସଭାପତି ରବିନ୍ଦ୍ର ନାୟକ 🙏🙏
ମହାମାରୀ କରୋନା ସମୟ ରେ ଯେତେବେଳେ ଲୋକ, ଲୋକ ଙ୍କୁ ଛୁଇଁ ବାକୁ ଡରୁଛନ୍ତି ସେତେବେଳେ ଅନାଥ ମାନଙ୍କୁ କିଏ ବା ପଚାରେ.. ରବି ହଟାତ ଖବର ପାଇଲେ ଆସ୍କା ମେଡ଼ିକାଲରେ ଗୋଟିଏ ଅନାଥ ଗରିବ ଲୋକ ପାଖରେ ପଇସା ନାହିଁ ବୋଲି ତାର ଶବ ନେବାକୁ ବି ତାର ଦୂର ସମ୍ପର୍କୀୟ ଅସହାୟ କିନ୍ତୁ ଏ ଭଳି ସମୟ ରେ ରବି ସେ ଲୋକ ଙ୍କୁ ଆମ୍ବୁଲାନ୍ସ ରେ ନେଇ ଶବ ଦାହ କରିବା ନିଶ୍ଚିତ ରୂପେ ପ୍ରଶସଂନୀୟ କାର୍ଯ୍ୟ..
ଏଥିପାଇଁ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ଅଶେଷ ଅଶେଷ ଧନ୍ଯବାଦ୍🙏🙏
ଏପରି କାମ କାରିଚାଲ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପାରିବାର ସବୁବେଳେ ତୁମ ସହିତ ଅଛି 👍
ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀ ଶହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମଜୟନ୍ତୀ, ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପରିବାର ତରଫରୁ ଲକ୍ଷ୍ମଣ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି...
ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ଓଡ଼ିଶାର ବିର୍ସା ମୁଣ୍ଡା ଅନ୍ୟତମ।୧୮୭୪ ମସିହା (କେତେକଙ୍କ ମତରେ ୧୮୭୫ ରେ) ନଭେମ୍ବର ମାସ ୧୫ ତାରିଖରେ ବିର୍ସା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଖୁଣ୍ଟି ସବ୍-ଡିଭିଜନ୍ ଅନ୍ତର୍ଗତ "ବାମ୍ବା" ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା।
ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀମାନଙ୍କୁ ଗୋତି ଓ ବେଠି ଖଟାଇବା ଓ ଧର୍ମାନ୍ତରଣ କରିବାପଇଁ ବାଧ୍ୟ କରୁଥିବାର ଦେଖି ସେ ସହି ପାରୁ ନ ଥିଲେ। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନ ଠାରୁ ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାରୁ ମୁକ୍ତ କରିବାପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନ କରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ। ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରିଥିଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍କୁ ପଠାଇ ଦିଆଗଲା।
ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ। ତାଙ୍କ ଆହ୍ୱାନରେ ଶହଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା। ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳଦ୍ୱୟଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ପ୍ରତ୍ୟୁତ୍ତରରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଫଳତଃ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ସହକର୍ମୀ ଡେନକା ମୁଣ୍ଡା ଓ ମାଝିଆ ମୁଣ୍ଡା ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ, ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା।
ତଥାପି ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍କୁ ଅଣାଗଲା। ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇ ନ ଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ।ବିର୍ସାଙ୍କ ମୃତ୍ୟୁପରେ ତାଙ୍କର କିଛି ସହକର୍ମୀମାନଙ୍କୁ ନିର୍ବାସିତ କରି ଦିଆଗଲା ଓ କେତେକଙ୍କୁ ଫାସୀ ଦିଆଗଲା। ହଇଜାରେ ପଡ଼ି ବିର୍ସାଙ୍କ ମୃତ୍ୟୁ ହୋଇଛି ବୋଲି ଇଂରେଜଙ୍କ ଡରରେ ମିଥ୍ୟା ରିପୋର୍ଟ ଦେଇଥିବାରୁ ଡାକ୍ତର ଅମୂଲ୍ୟ ଚାକିରି ଛାଡ଼ିଦେଲେ ଓ ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ସ୍ୱୀକାର କରି ନ ପାରି ମାନସିକ ଭାରସାମ୍ୟ ହରାଇ ବସିଲେ। ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା।
ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୁର୍ବାଞ୍ଛଳର ଘଞ୍ଛ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଂକୃତ ହୋଇଥିଲା, 'ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା' (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ), ତାହାହିଁ ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ବିର୍ସା ମୁଣ୍ଡା।ବ୍ରିଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଲବୀ ବିର୍ସା ମୁଣ୍ଡାମାନଙ୍କୁ ସଂଘଟିତ କରିବା ନିମନ୍ତେ କାର୍ଯ୍ୟପନ୍ଥା ଆରମ୍ଭ କଲେ। ସେତେବେଳେ ଜାଗିରିଦାର ,ଜମିଦାର ଓ ଠିକାଦାରମାନେ ମୁଣ୍ଡା ତଥା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ବିଭିନ୍ନ ଭାବରେ ଶୋଷଣ କରୁଥିଲେ ଏବଂ ଭୟଭୀତ କରି ରଖିଥିଲେ। ଏହିଭଳି ଏକ ସନ୍ଧିକ୍ଷଣରେ ମହାନ୍ ବିପ୍ଲବୀ ତଥା ସ୍ୱାଧୀନଚେତା ବିର୍ସା ମୁଣ୍ଡାଙ୍କର ଆବିର୍ଭାବ ଘଟିଥିଲା। ସେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ବ୍ରିଟିଶ୍ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରବର୍ତ୍ତାଇ ଥିଲେ। ଆଜି ଏହି ମହାନ ବୀର ଓଡ଼ିଆଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ,ବନ୍ଦେ ଉତ୍କଳ ଜନନୀ
ଆଲୋକ ଏବଂ ଉତ୍ସାହର ପର୍ବ ପବିତ୍ର #ଦୀପାବଳି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ଅସତ୍ୟ ଉପରେ ସତ୍ୟର ବିଜୟ ହେଉ, ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ସଫଳତା ଆଣିଦେଉ ଏହାହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ, ଓଡିଶା ର 30 ଜିଲ୍ଲା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ମେମ୍ବର ମାନଙ୍କୁ ନେଇ ଆଜି ତା 8 ନଭେମ୍ବର ରିଖ ଭୁବନେଶ୍ୱର ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ସଂଗଠନର ଚେୟାରମ୍ୟାନ ସୌମ୍ୟ ରଞ୍ଜନ ସାମଲ କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଗଠନର ଲକ୍ଷ୍ୟ ବିଷୟରେ କହିବା ସହିତ ଆଗାମୀ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିଥିଲେ, ସଂଗଠନ ର ମୁଖ୍ୟ ନାରା ଯୁବକ ବଦଳି ପାରେ ଓ ବଦଳାଇ ପାରେ ର ନାରା ବିଷୟରେ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଝାଇଥିଲେ। ସେହି ପରି ସଂଗଠନ ମହାସଚିବ ସତ୍ୟ ପ୍ରସାଦ ମିଶ୍ର ଏବଂ ରାଜ୍ୟ ସଭାପତି କ୍ଷମା ସାରଥୀ ଦାଶ 30 ଜିଲ୍ଲା ପ୍ରମୁଖ ମାନଙ୍କୁ ଜିଲ୍ଲା ମାନଙ୍କରେ ସଂଗଠନ କେମିତି ସୁଦୃଢ ହେବ ଓ କେମିତି ଆମେ ଲୋକ ମାନଙ୍କ ପାଇଁ ଓ ସମାଜ ପାଇଁ କିଛି କରି ପାରିବା ସେ ବିଷୟରେ ଆଲୋଚନା କରିଥିଲେ । ସଂଗଠନର ଉପଦେଷ୍ଟା ବରିଷ୍ଠ ସମାଜସେବୀ ଶ୍ରୀମତୀ ଅମୀୟ ବାଳା ପରିଡ଼ା, ବରିଷ୍ଠ ସାମ୍ବାଦିକ ତଥା ଲେଖକ ଶ୍ରୀଯୁକ୍ତ ଦିଲ୍ଲୀପ ବିଶ୍ୱାଳ, ଇଣ୍ଟରନେସେନାଲ ହିୟୁମାନ ରାଇଟ୍ସ କାଉନ୍ସିଲ ଖୋର୍ଦ୍ଧା ଜିଲ୍ଲା ସଭାପତି ସନ୍ଦୀପ ରଞ୍ଜନ ମଲ୍ଲିକ, ଯୁବ ସମାଜସେବୀ ଜଗନ୍ନାଥ ବେହେରା ସଂଗଠନର ଲିଗାଲ ସେଲ ଉପଦେଷ୍ଟା ଯୁବ ଆଇନଜୀବୀ ଶୁଭ୍ରାଂଶୁ ଶେଖର ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ଯୁବକର ଧର୍ମ କଣ, ଯୁବକ ମାନେ ସମାଜ ପାଇଁ କଣ କରିବା ଦରକାର ଓ କଣ କରିଲେ ସମାଜ ଗୋଟିଏ ଭଲ ଦିଗରେ ଗତି କରିବ ସେ ଦିଗରେ ଆଲୋଚନା କରିଥିଲେ ।
ଗତକାଲି ରାତିରେ ଗୋଟିଏ ମା ଏବଂ ତାର ଏକ ମାସର ଝିଅ କୁ ଧରି ଭିକ ମାଗୁଥାଏ ଆମେ ତାର ପରିବାର ବିଷୟରେ ପଚାରି ବୁଝିବାରୁ ଜାଣିବାକୁ ପାଇଲୁ ସେ ହେଉଛି ଅନାଥ ଜଗତସିଂହପୁର ରେ ରହେ ଗତ 4 ବର୍ଷ ତଳେ ବ୍ରହ୍ମପୁର ର ଗୋଟିଏ ଲୋକ ତାକୁ ବିବାହ କରିଥିଲା କିନ୍ତୁ ତାକୁ ଭୁବନେଶ୍ୱର ଆଣି 6 ମାସ ହେଲାଣି କୁଆଡ଼େ ଛାଡ଼ିକି ପଳେଇଛି, ଛୁଆଟି ପେଟରେ ଥାଏ ସେଥିପାଇଁ କିଛି କରି ପାରୁନଥାଏ, ଭଗବାନ ଙ୍କ ଦୟାରୁ କ୍ୟାପିଟାଲ ହସ୍ପିଟାଲ ରେ ଝିଅ ଛୁଆ ଟେ ହୋଇଛି ଆଉ ତା ନାଁ ଅତି ଶ୍ରଦ୍ଧାରେ କୁହୁ ରଖିଛି, ଛୁଆ ପାଇଁ ବାର ଦୁଆର ବୁଲୁଥିଲା... ଏତେ ସବୁ କଥା ଶୁଣିଲା ପରେ ସହଯୋଗର ହାତ ବଢ଼େଇବାକୁ ଅସିଗଲେ UTKALA STUDENTS ASSOCIATION , ODISHA, International human rights council ଖୋର୍ଦ୍ଧା ଜିଲ୍ଲା ସଭାପତି Sandeep Ranjan Mallik Sipun, ବିଜେପି ନୟାପଲ୍ଲୀ ମଣ୍ଡଳ ସଭାପତି Jagannath Behera, ନୟାପଲ୍ଲୀ ଅଞ୍ଚଳର ସନ୍ତୋଷ ଏବଂ ଆଶୁତୋଷ... ଏମାନଙ୍କ ସହଯୋଗ ରେ ଓଡିଶା ପତିତ ଉଦ୍ଧାର ସ୍ଥଳୀ ସହିତ ଯୋଗାଯୋଗ କରି ତାକୁ ତାଙ୍କ ଆଶ୍ରମରେ ରଖିଲୁ...
ଆଜି ସକାଳୁ ତାଙ୍କ ଆଶ୍ରମ ସହିତ ଯୋଗାଯୋଗ କରି ତାଙ୍କ ବିଷୟରେ ପଚାରି ବୁଝିଥିଲୁ ବର୍ତ୍ତମାନ ମା ଏବଂ ଛୁଆ ଉଭୟ ସୁସ୍ଥ ଓ ଖୁସିରେ ଅଛନ୍ତି...