2019 ମସିହା ଫେବୃଆରୀ 14 ତାରିଖରେ ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଅମର ସହିଦ ଯବାନ ମାନଙ୍କ ସ୍ମୃତିରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା ତରଫରୁ ଆସନ୍ତା 14 ଫେବୃଆରୀ 2020 ସକାଳ 6ଘ. ସମୟରେ ଏକ ଗଣ ଦୌଡ଼ ର ଆୟୋଜନ କରାଯାଇ ଅଛି. ସହିଦ ଅମର ଯବାନ ଙ୍କ ସ୍ମୃତିରେ ଆୟୋଜିତ ଏହି ଗଣ ଦୌଡ଼ ରେ ସମାଜର ସବୁ ବର୍ଗର ଲୋକ ମାନେ ସାମିଲ ହେବା ପାଇଁ ଆସୋସିଏସନ ର କର୍ମକର୍ତା ମାନେ ଅନୁରୋଧ କରିଛନ୍ତି. ସମଗ୍ର ଦେଶରେ ଏହି ଦିନଟିକୁ ଭାଲେଣ୍ଟାଇନ ଡେ ଭାବରେ ପାଳନ କରୁଥିବା ସମୟରେ ନିଜ ଜୀବନକୁ ଦେଶ ପାଇଁ ବଳି ଦେଇଥିବା ବୀର ସହିଦ ଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶାର ଏକ ଛୋଟ ପ୍ରୟାସ. ଏହି ଗଣ ଦୌଡ଼ 14 ଫେବୃଆରୀ ସକାଳ 6 ଘ. ସମୟରେ କଳିଙ୍ଗ ଷ୍ଟାଡିଅମ ନିକଟସ୍ଥ ଶବର ସାହି ପଡିଆ ରୁ ଆରମ୍ଭ ହୋଇ 6 ନମ୍ବର ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆ ରେ ଶେଷ ହେବ. ଯେଉଁଠାରେ ଅମର ସହିଦ ଯବାନଙ୍କ ଉଦେଶ୍ୟରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇ ଅଛି.
ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସମସ୍ତଙ୍କୁ ବିନମ୍ର ଅନୁରୋଧ.
ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍, ଓଡ଼ିଶା
Post a Comment
Please do not enter any spam link in the comment box.